Jump to content

୨୦୨୫: ସ୍କଲାରସିପ୍ / ବୃତ୍ତି

From Wikimania
This page is a translated version of the page 2025:Scholarships and the translation is 99% complete.
Outdated translations are marked like this.

06th – 09th August 2025, Nairobi and Online
Wikimania@20: Inclusivity . Impact . Sustainability

Under review

ଉଇକିମାନିଆ ୨୦୨୫ ସ୍କଲାରସିପ୍ / ବୃତ୍ତି

ଉଇକିମାନିଆ ୨୦୨୫ ସ୍କଲାରସିପ୍ ଆବେଦନ ଖୋଲା ଅଛି । ବର୍ତ୍ତମାନ ଆବେଦନ କରନ୍ତୁ!

କିଛି ପ୍ରଶ୍ନ କିମ୍ବା ସ୍ପଷ୍ଟୀକରଣ ପାଇଁ ଦୟାକରି ଏଇଠି $ଇମେଲ କରନ୍ତୁ

ଉଇକିମାନିଆ ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି କ’ଣ?

ଉଇକିମାନିଆ ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି ହେଉଛି ଏକକ ଭାବରେ ଉଇକିମାନିଆ ୨୦୨୫ ରେ ଯୋଗଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଅନୁଦାନ । ସ୍କଲାରସିପ୍ / ବୃତ୍ତି ପ୍ରାପ୍ତକର୍ତ୍ତାମାନେ ଉଇକିମାନିଆ ୨୦୨୫ ପ୍ରମୁଖ ଆୟୋଜକ ଦଳ (କୋର ଅର୍ଗାନାଇଜିଙ୍ଗ କମିଟି)ର ସ୍କଲାରସିପ୍ କମିଟି ଦ୍ୱାରା ମନୋନୀତ ହୋଇଥାନ୍ତି ଏବଂ ଉଇକିମିଡିଆ ଫାଉଣ୍ଡେସନ୍ ଦ୍ୱାରା ଅନୁଦାନ ଯୋଗାଇ ଦିଆଯାଇଥାଏ ।

ଉଇକିମାନିଆ ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି ବିମାନ, ରହଣି, ପଞ୍ଜୀକରଣ, କାର୍ଯ୍ୟକ୍ରମ ପୂର୍ବ-ସମ୍ମିଳନୀ ଏବଂ ସମ୍ମିଳନୀ ଦିନମାନଙ୍କରେ ଆନୁସଙ୍ଗିକ ଏବଂ ଭୋଜନ ସହିତ ସୀମିତ ସ୍ୱାସ୍ଥ୍ୟ ବୀମା ମଧ୍ୟ ଅନ୍ତର୍ଭୁକ୍ତ କରେ ।

ଉଇକିମାନିଆ ୨୦୨୫ ପାଇଁ, ଉଇକିମାନିଆ ଟ୍ରାଭେଲ ସ୍କଲାରସିପ୍ ଆବେଦନ କରିବା ପାଇଁ ଫର୍ମ ଡିସେମ୍ବର ୮,୨୦୨୪ ପର୍ଯ୍ୟନ୍ତ ଖୋଲା ରହିବ ।

କେଉଁମାନେ ଆବେଦନ କରିପାରିବେ ?

କିପରି ଆବେଦନ କରିବେ

ସବୁଥର ପରି, ଯିଏ ଉଇକିମିଡ଼ିଆରେ ଅବଦାନ କିମ୍ବା କାର୍ଯ୍ୟକଳାପ ପ୍ରମାଣ କରିବାକୁ ସକ୍ଷମ, ତାଙ୍କୁ ଏଥିପାଇଁ ସ୍ୱାଗତ କରାଯାଏ । ଉଦାହରଣଗୁଡ଼ିକ ନିମ୍ନରେ ଦିଆଗଲା:

  • ସକ୍ରିୟ ଅଂଶଗ୍ରହଣ (କେବଳ ଅବଦାନକାରୀ ଏବଂ ଅବଦାନକାରୀ କର୍ତ୍ତବ୍ୟ ପାଳନ ଛଡା) କିଛି ପ୍ରକାରର ଉଇକିମିଡ଼ିଆ ଗୋଷ୍ଠୀ କିମ୍ବା ସଂଗଠନ (କମିଟି, ହବ୍, ଚାପ୍ଟର, ଥିମାଟିକ୍ ସଂଗଠନ କିମ୍ବା ୟୁଜର ଗୃପ) ସହ କରିଥିବା କାମ
  • ଉଇକିମିଡ଼ିଆ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ (ଉଦାହରଣ ସ୍ୱରୂପ ଉଇକି ଲଭ୍ ମନୁମେଣ୍ଟରେ ଯୋଗଦାନ କରୁଥିବା ଫଟୋଗ୍ରାଫର, କର୍ମଶାଳାରେ ଅଂଶଗ୍ରହଣକାରୀ)
  • ଏକ ଉଇକିମିଡ଼ିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ (ଯଥା : GLAM ସହଭାଗୀତା କିମ୍ବା ଏଜୁକେସନ ପ୍ରୋଗ୍ରାମ)
  • ଉଇକିମିଡ଼ିଆ ଇଭେଣ୍ଟଗୁଡିକର ଆୟୋଜନ (ଯଥା: WLM, ଏଡିଟ୍-ଏ-ଥନ)
  • ଜଣେ ଷ୍ଟିୱାର୍ଡ, ଚେକ୍ ଯୁଜର, ଭିଆରଟି ସଦସ୍ୟ, ଇଣ୍ଟରଫେସ୍ ଆଡମିନ୍, ଆଡମିନ୍, କିମ୍ବା ଅନ୍ୟ ଉନ୍ନତ ଅଧିକାର / ରାଇଟ୍ସ ଧାରକ (ବର୍ତ୍ତମାନ କିମ୍ବା ପୂର୍ବତନ)
  • ଉଇକିମିଡ଼ିଆ ଫାଉଣ୍ଡେସନ୍ ଅନୁଦାନ ଧାରକ / ଗ୍ରାଣ୍ଟି
  • ଉଇକିମିଡ଼ିଆ ପ୍ରୋଜେକ୍ଟ ପାଇଁ ମିଡିଆ ଉଇକି କୋଡ୍ ସହଯୋଗୀ, ଗ୍ୟାଜେଟ୍ କିମ୍ବା ଅନ୍ୟାନ୍ୟ ଟୁଲ-ବିଲଡ଼ର

ଯଦିଓ ଏହା କେବଳ ଉଦାହରଣ , ବିସ୍ତୃତ ପରାମର୍ଶ ବିଭାଗକୁ ଯାଆନ୍ତୁ, ଟେବୁଲରେ ଥିବା ସୁପାରିଶ ପଢନ୍ତୁ, ଏବଂ ନିଜ ହିସାବରେ ପ୍ରଶ୍ନର ଉତ୍ତର କିପରି ଦେବେ ତାହା ଚିନ୍ତା କରନ୍ତୁ ।

ଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, ତେବେ FAQ ରେ କିଏ ଆବେଦନ କରିପାରିବ ବିଭାଗ ଦେଖନ୍ତୁ । ଯଦି ତା ପରେ ବି ଆପଣଙ୍କର ଅଧିକ ପ୍ରଶ୍ନ ଅଛି, ତେବେ ଯୋଗାଯୋଗ / ସହାୟତା / ମୋର ଏହି ପ୍ରଶ୍ନଗୁଡିକ ଏହି ପୃଷ୍ଠାରେ ଉତ୍ତର ଦିଆଯାଇ ନାହିଁ ବିଭାଗକୁ ଯାଆନ୍ତୁ ।

ଉଇକିମାନିଆ ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି ପାଇଁ ପ୍ରକ୍ରିୟା କ’ଣ?

ସାଧାରଣତଃ, ଆମେ ଆଶା କରୁଛୁ ଯେ ଅନୁଦାନ ପାଣ୍ଠି ଯୋଗାଣ ନିଷ୍ପତ୍ତି ପାଇଁ ପ୍ରସ୍ତୁତ ପ୍ରକ୍ରିୟା ନିମ୍ନୋକ୍ତ ପଦକ୍ଷେପଗୁଡ଼ିକ ଦେଇ ଗତି କରିବ:

  1. ଏକକ ଆବେଦନକାରୀମାନେ ଲାଇମ ସର୍ଭେ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବେ
  2. ଏକକ ଆବେଦନକାରୀମାନେ ଲାଇମ ସର୍ଭେଙ୍କ ଠାରୁ କାନଫରମେସନ ଇମେଲ ନିଶ୍ଚିତ ଗ୍ରହଣ କରନ୍ତି #ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି କାର୍ଯ୍ୟ ଗୋଷ୍ଠୀ ଯୋଗ୍ୟତା ପାଇଁ ସମୀକ୍ଷା କରନ୍ତି
  3. ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି କାର୍ଯ୍ୟ ଗୋଷ୍ଠୀ ଆବେଦନଗୁଡ଼ିକର ସମୀକ୍ଷା କରନ୍ତି ଏବଂ ନିଷ୍ପତ୍ତି ନିଅନ୍ତି
  4. ଆବେଦନକାରୀମାନଙ୍କୁ ନିଷ୍ପତ୍ତି ବିଷୟରେ ଅବଗତ କରାଯାଏ ଏବଂ ଉଇକିମିଡ଼ିଆ ଫାଉଣ୍ଡେସନକୁ ପରିବହନ ଏବଂ ଆବାସ ବୁକ୍ କରିବାକୁ ସକ୍ଷମ କରିବାକୁ ସୂଚନା ପାଇଁ ପଚରାଯାଏ
  5. ଉଇକିମିଡିଆ ଫାଉଣ୍ଡେସନ ପରିବହନ ଏବଂ ଆବାସ ବୁକିଙ୍ଗ ନିଶ୍ଚିତ କରେ


ଆବେଦନ ଫର୍ମ ପୂରଣ ପାଇଁ ଉପଦେଶ

ଓପନ କଲ୍ "ରୋଡ ଟୁ ଉଇକିମାନିଆ ନାଇରୋବି"

ଉଇକିମାନିଆ ପାଇଁ ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି ପାଇଁ ଆବେଦନ କରିବାକୁ ଆଗ୍ରହୀ ସମସ୍ତଙ୍କ ପାଇଁ କୋର ଆୟୋଜକ ଦଳ (COT) ଓପନ କଲ୍ ଆୟୋଜନ କରିଥିଲେ । ବିଶ୍ୱରେ ସ୍ୱେଚ୍ଛାସେବୀମାନଙ୍କ ସୁବିଧା ରହିବା ପାଇଁ ବିଭିନ୍ନ ଟାଇମ୍ ଜୋନ୍ ରେ ଏହି ଓପନ କଲ୍ ଆୟୋଜନ ହୋଇଥିଲା । କଲ୍ ରେକର୍ଡିଙ୍ଗ ଏଠାରେ ଦେଖିପାରିବେ ।

ବିସ୍ତୃତ ପରାମର୍ଶ

  • ଆବେଦନ ଫର୍ମ ପୂରଣ କରିବା ପାଇଁ ପାଖାପାଖି ୪୫-୬୦ ମିନିଟ୍ ଲାଗିବ । ଦାଖଲ କରିବା ପରେ ଆପଣ ଆବେଦନକୁ ସମ୍ପାଦନା କରିପାରିବେ ନାହିଁ । ଯଦି ଆପଣ ଆପଣଙ୍କ ବ୍ରାଉଜର କୁକିଜ କ୍ଲିଅର କରିନାହାନ୍ତି, ଆପଣ କେବଳ ଫର୍ମ ଦାଖଲ କରିବା ପୂର୍ବରୁ ଏହାକୁ ସମ୍ପାଦନା କରିପାରିବେ । ତେଣୁ ଧ୍ୟାନର ସହ ଡ୍ରାଫ୍ଟ କରନ୍ତୁ ଏବଂ ଆପଣ ଦରକାରୀ ସମସ୍ତ ଜିନିଷ ଲେଖୁଛନ୍ତି ବୋଲି ନିଶ୍ଚିତ କରନ୍ତୁ । ଦୟାକରି ଗୋଟିଏ ଆବେଦନକୁ ଦୁଇଥର ଦାଖଲ କରନ୍ତୁ ନାହିଁ ।
  • ଆପଣ ଉଇକିମାନିଆ ୨୦୨୫ ପାଇଁ ନିଜର ଆବେଦନ- ଆରବୀକ, ଫରାସୀ, ଇଂରାଜୀ, ସ୍ପାନିସ କିମ୍ବା ସ୍ୱାହିଲି ଯେକୌଣସି ଭାଷାରେ ଦାଖଲ କରିପାରିବେ । ଯଦି ସମ୍ଭବ, ଏହାକୁ ଇଂରାଜୀ ଭାଷାରେ କରିବାକୁ ଚେଷ୍ଟା କରନ୍ତୁ, ଯେହେତୁ ଏହା ସମସ୍ତ ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି ରିଭ୍ୟୁ ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା କୁହାଯାଉଥିବା ଏକମାତ୍ର ଭାଷା । ଏହା ମଧ୍ୟ ଧ୍ୟାନ ରଖନ୍ତୁ ଯେ ଯେକୌଣସି ପ୍ରକାରେ ଏହି ଇଭେଣ୍ଟ ପାଇଁ ଯାତ୍ରା ଏବଂ ସ୍ୱେଚ୍ଛାକୃତ ଭାବରେ କାମ କରିବା ପାଇଁ ଆପଣଙ୍କୁ ଏକ କାମଚଳା ସ୍ତରର ଇଂରାଜୀ ଭାଷା ଜାଣିଥିବାର ଆବଶ୍ୟକତା ପଡିବ ।
  • ଗୋଷ୍ଠୀ ପ୍ରୟାସରେ ହୋଇଥିବା କାମରେ ଆମେ ଦୟାକରି ଏକକ ଅବଦାନ ର ଏକ ସଚ୍ଚୋଟ ବ୍ୟାଖ୍ୟା କରିବାକୁ ଅନୁରୋଧ କରୁଛୁ । ଯାହା ପ୍ରମାଣିତ ହୋଇପାରିବ ନାହିଁ କିମ୍ବା ଅସତ୍ୟ ଭାବରେ କେବଳ ବ୍ୟକ୍ତିଗତ ଭାବରେ ଦାବି କରାଯାଏ ଯଦି ବାସ୍ତବରେ ଏହା ଗୋଷ୍ଠୀ ପ୍ରୟାସ ଥିଲା,ଏପରି ଆମେ ସଫଳତାକୁ ଗ୍ରହଣ କରୁନାହୁଁ । ଡିଫ୍, ଏକ ଉଇକି ପୃଷ୍ଠା କିମ୍ବା ଏକ ସୋସିଆଲ୍ ମିଡିଆ ପୋଷ୍ଟ ସହିତ ଏକ ଲିଙ୍କ୍ ଯୋଡନ୍ତୁ ଯାହା ତୁମେ ନିଜର ବୋଲି ଦାବି କରିଛ କି ନାହିଁ ତାହା ଯାଞ୍ଚ କରିବାକୁ ଅନୁମତି ଦେବ ।
ପ୍ରଶ୍ନ ଏବଂ ସେଗୁଡ଼ିକର ଉତ୍ତର ଦେବା ପାଇଁ ସୁପାରିସ କରାଯାଇଥିବା ଆଭିମୁଖ୍ୟ
ପ୍ରଶ୍ନ ଟିପ୍ପଣୀ
ଟ୍ରାଭେଲ ଏବଂ ଯୋଗାଯୋଗ ବିବରଣୀ ଏହି ବିଭାଗରେ ଦୟାକରି ଆପଣଙ୍କ ଉତ୍ତରଗୁଡ଼ିକ ସଠିକ୍ ଭାବେ ଦିଅନ୍ତୁ । ଆପଣଙ୍କ ପାସପୋର୍ଟ ଆଦି ଭିତରେ ଥିବା ସୂଚନା ବିଷୟରେ ଅଧିକ ପ୍ରଶ୍ନ କେବଳ ସେତେବେଳେ ଅନୁରୋଧ କରାଯିବ ଯେତେବେଳେ ଆପଣ ଜଣେ ସଫଳ ପ୍ରାପ୍ତକର୍ତ୍ତା ବୋଲି ନିଶ୍ଚତ କରାଯିବ ।
ଷ୍ଟାଟିଷ୍ଟିକାଲ ଡେମୋଗ୍ରାଫିକ ପରିସଂଖ୍ୟାନ ବିଷୟରେ ଧାରଣା ରଖିବା ଉଦ୍ଦେଶ୍ୟରେ ଆମେ ଏହି ସୂଚନା ମାଗୁଛୁ, ଏହା ସୁନିଶ୍ଚିତ କରିବାକୁ ଯେ ଆବେଦନଗୁଡ଼ିକର ବିବିଧତା ଟ୍ରାଭେଲ ସ୍କଲାରସିପ୍ / ବୃତ୍ତି ରିଭ୍ୟୁରେ ପ୍ରତିଫଳିତ ହୋଇଛି । ଏହି ପ୍ରଶ୍ନଗୁଡିକର ଉତ୍ତର ସମ୍ପୂର୍ଣ୍ଣ ଇଚ୍ଛାଧୀନ ଅଟେ । ଏହି ତଥ୍ୟ କେବଳ ଏଗ୍ରିଗେଟରେ / ସାମଗ୍ରିକ ଭାବରେ ରିପୋର୍ଟ କରାଯିବ ।
ମୂଲ୍ୟାଙ୍କନ ସମ୍ବନ୍ଧୀୟ ପ୍ରଶ୍ନ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ହେଉଛି ପ୍ରାଥମିକ ପ୍ରଶ୍ନର ବିଭାଗ ଯେଉଁଥିରୁ ଆପଣଙ୍କ ଆବେଦନକୁ ମୂଲ୍ୟାଙ୍କନ କରାଯିବ ।

ଆମେ ସହାୟକ ଲିଙ୍କ ସହିତ ଅଧିକା ଇନସାଇଟ ପଢ଼ିବାକୁ ଆଗ୍ରହୀ

ଯଦି ଜଣେ ବ୍ୟକ୍ତି ଆପଣଙ୍କୁ ପଚାରନ୍ତି,“ଉଇକିମିଡ଼ିଆ ମୁଭମେଣ୍ଟରେ ଆପଣଙ୍କ ନିଜର କିମ୍ବା ଆପଣଙ୍କ ସ୍ଥାନୀୟ ସମ୍ପ୍ରଦାୟ କ’ଣ ପ୍ରଭାବ ପକାଇଛି”, ଆପଣ କ’ଣ କହିବେ? ଯଦି ଆପଣ ଉଇକିମିଡ଼ିଆ ମୁଭମେଣ୍ଟରେ ଜଣେ ନବାଗତ ଅଟନ୍ତି, ତେବେ ଆମ ସମ୍ପ୍ରଦାୟରେ ଯୋଗଦେବା ପାଇଁ ଆପଣଙ୍କ ପ୍ରେରଣା କ’ଣ? ଆମେ ଜାଣିବାକୁ ଚାହୁଁଛୁ ଯେ ଆପଣ କିପରି ଉଇକିମିଡ଼ିଆରେ ଆପଣଙ୍କର ଯୋଗଦାନକୁ ମୁଭମେଣ୍ଟର ଲୋକମାନଙ୍କୁ ବୁଝାଉଛନ୍ତି, ଏବଂ ଯେଉଁମାନଙ୍କର ଏହି ଆନ୍ଦୋଳନ କିମ୍ବା ଆପଣଙ୍କ ସମ୍ପ୍ରଦାୟ ବିଷୟରେ ଅଧିକ ପୃଷ୍ଠଭୂମି ଜ୍ଞାନ ନାହିଁ । ଆପଣଙ୍କର ଅବଦାନ କ’ଣ ପ୍ରଭାବ ପକାଇଛି? ଆମର ଫ୍ରି ନଲେଜ / ଖୋଲା ଜ୍ଞାନ ମିଶନକୁ ଆଗକୁ ନେବା ପାଇଁ ତୁମେ କିପରି ତୁମର ସମ୍ପ୍ରଦାୟ ସହିତ କାର୍ଯ୍ୟ କରିଛ? ନବାଗତମାନଙ୍କ ପାଇଁ, ଯାହାର ପ୍ରଭାବ ଦ୍ଵାରା ଏପର୍ଯ୍ୟନ୍ତ ଅଂଶୀଦାର କରିବାକୁ କମ୍ ଥାଇପାରେ, ଆମେ ବୁଝିବାକୁ ଚାହୁଁଛୁ ଯେ ଆପଣ ଏଠାରେ କିପରି ପହଞ୍ଚିଲେ ଏବଂ ଆପଣ ମୁଭମେଣ୍ଟରେ କ’ଣ ଲାଭ ଏବଂ ଯୋଗଦାନ କରିବାକୁ ଚାହୁଁଛନ୍ତି । ଏଥିରେ ଗୋଟିଏ ଅନୁଚ୍ଛେଦ ଉତ୍ତର ଆଶା କରୁଛୁ । ସମ୍ଭବତଃ ଲିଙ୍କ୍ ସହିତ ଆପଣଙ୍କର ନିଜ କାର୍ଯ୍ୟର କୌଣସି ତଥ୍ୟକୁ ସମର୍ଥନ କରନ୍ତୁ ।
ଉଇକିମାନିଆ ୨୦୨୫ର ଥିମ ବିଷୟ ହେଉଛି "ଉଇକିମାନିଆ@୨୦: ସମାବେଶୀତା. ପ୍ରଭାବ. ସ୍ଥିରତା" । (ଇନକ୍ଲୁସିଭୀଟି, ଇମ୍ପାକ୍ଟ, ସଷ୍ଟେନେବିଲିଟି) ଆପଣଙ୍କ ପାଇଁ ଏହାର ଅର୍ଥ କ "ଣ? ଆମେ କିପରି ଏକ ସୃଜନଶୀଳ ଏବଂ ଉତ୍ତମ ଅନ୍ତର୍ନିହିତ ଉତ୍ତର ଖୋଜୁଛୁ;: ଏହି ଥିମ୍ ଉଇକିମିଡ଼ିଆରେ ଆପଣଙ୍କର ଅବଦାନ ସହିତ ପୁନଃ ପ୍ରକାଶିତ ହୁଏ? ଓପନ ନଲେଜ ଇକୋସିଷ୍ଟମକୁ ପ୍ରଭାବିତ କରିବାରେ ଆପଣଙ୍କର କାର୍ଯ୍ୟ କିପରି ସହାୟକ ହୋଇଛି? ଏବଂ ଆମ ମୁଭମେଣ୍ଟର ସ୍ଥାୟୀତ୍ୱ ବଢାଇବା ପାଇଁ ଆମେ ଆପଣଙ୍କ ନିଜ ଶବ୍ଦରେ କିଛି ଜିନିଷ ଯୋଡିବେ । ଗୋଟିଏ ଅନୁଚ୍ଛେଦ ଉତ୍ତର ଆଶା କରାଯାଏ । ସମ୍ଭବତଃ ଲିଙ୍କ୍ ସହିତ ଆପଣଙ୍କର ନିଜ କାର୍ଯ୍ୟର କୌଣସି କାମକୁ ସମର୍ଥନ କରନ୍ତୁ ।
ଆପଣଙ୍କ ହୋମ ଉଇକି କିମ୍ବା ବ୍ୟାପକ ଉଇକିମିଡ଼ିଆ ମୁଭମେଣ୍ଟରେ ତୁମର ସମ୍ପ୍ରତି ଯୋଗଦାନ ବିଷୟରେ ଆମକୁ କୁହନ୍ତୁ । ତୁମର ଉଇକି କିମ୍ବା ସମ୍ପ୍ରଦାୟର ଉନ୍ନତି ପାଇଁ ଆପଣ କ’ଣ ଅବଦାନ କିମ୍ବା ସହଯୋଗ କରିଛନ୍ତି? ଆପଣ ଏପରି କୌଣସି କାର୍ଯ୍ୟକଳାପର ନେତୃତ୍ୱ ନେଇଛନ୍ତି କି ସଂଗଠିତ କରିଛନ୍ତି? ଫଳାଫଳକୁ ଖାତିର ନକରି କେଉଁ କାର୍ଯ୍ୟକଳାପ ଏକକ ଭାବରେ ଆପଣଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା? ଗତ ୧୨ ମାସରେ ଏହି କାର୍ଯ୍ୟକଳାପ ମଧ୍ୟରୁ କେଉଁଟି ଘଟିଛି ଦୟାକରି ସୂଚିତ କରନ୍ତୁ । ଏହି ପ୍ରଶ୍ନ ପାଇଁ ଆମେ ପ୍ରାୟତଃ ଗତ ୧୨ ମାସର ଯୋଗଦାନ ଏବଂ କାର୍ଯ୍ୟକଳାପର ମୂଲ୍ୟାଙ୍କନ କରୁଛୁ, ତେଣୁ ଦୟାକରି ଏହାକୁ ପ୍ରାଧାନ୍ଯ ଦେବାକୁ ଅନୁରୋଧ । ଯଦି ଆବଶ୍ୟକ ହୁଏ, ଆପଣ ଏକ ତାଲିକା, ସେଥିରେ ଅଂଶଗ୍ରହଣ ସହିତ ଦୀର୍ଘସ୍ଥାୟୀ କାର୍ଯ୍ୟକଳାପକୁ ମଧ୍ୟ ସୂଚିତ କରିପାରିବେ । ଦୁଇରୁ ତିନୋଟି ଅନୁଚ୍ଛେଦ ଉତ୍ତର ଆଶା କରାଯାଏ । ସମ୍ଭବତଃ ଲିଙ୍କ୍ ସହିତ ଆପଣଙ୍କର ନିଜ କାର୍ଯ୍ୟର କୌଣସି ଆଧାରକୁ ସମର୍ଥନ କରନ୍ତୁ ।
ସାଧାରଣତଃ ଆପଣ କିପରି ଆପଣଙ୍କର ସମ୍ପ୍ରଦାୟ ସହିତ ଆପଣଙ୍କର ଅନୁଭୂତିଗୁଡିକ (କିମ୍ବା ଆପଣ ଶିଖିଥିବା ଜିନିଷଗୁଡିକ) ଶେୟାର କରିବେ? ଉଇକିମାନିଆ ୨୦୨୫ ରେ ଆପଣ ଯାହା ଶିଖିଛନ୍ତି ତାହା ଆପଣ କିପରି ଶେୟାର କରିବେ? ଅନ-ଉଇକି ସାରାଂଶ, ରିପୋର୍ଟ, ବ୍ଲଗ୍ ପୋଷ୍ଟ, ମିଟଅପ୍ ସୂଚନା ଇତ୍ୟାଦିର ଉଦାହରଣ ଏଠାରେ ସ୍ୱାଗତଯୋଗ୍ୟ । ଦୟାକରି ଉଦାହରଣଗୁଡିକର ଲିଙ୍କ୍ ଅନ୍ତର୍ଭୂକ୍ତ କରନ୍ତୁ । ଉତ୍ତରରେ ଆମେ ଉଇକିମାନିଆ ୨୦୨୫ ପରେ ଉଇକିମାନିଆ ଅଭିଜ୍ଞତା ବାଣ୍ଟିବାର ଏକ କଂକ୍ରିଟ, ଯାଞ୍ଚଯୋଗ୍ୟ ଯୋଜନାକୁ ଗୁରୁତ୍ୱ ଦେଉଛୁ । କିଛି ବ୍ୟାଖ୍ୟା / ପ୍ରସଙ୍ଗ ସହିତ ବୁଲେଟ୍ ପଏଣ୍ଟ ତାଲିକା ଏହି ପ୍ରତିକ୍ରିୟା ପାଇଁ ଏକ ଉତ୍ତମ ଫର୍ମାଟ୍ ଅଟେ ।
ଆପଣ ଉଇକିମିଡ଼ିଆ ପ୍ରୋଜେକ୍ଟଗୁଡ଼ିକରେ ଜଣେ କାର୍ଯ୍ୟକର୍ତ୍ତା କି? ଯଥା ଆପଣ କୌଣସି ବିସ୍ତାରିତ ଉପଭୋକ୍ତା ଅଧିକାର ପରି ପରିଚ୍ଛା, ଷ୍ଟିୱାର୍ଡ, ଉପଭୋକ୍ତା ଅଧିକାର ଯାଞ୍ଚ, କିମ୍ବା ପାଟ୍ରୋଲିଂ, ଆଲୋଚନା ପରି ଉଇକିମିଡ଼ିଆ ପ୍ରକଳ୍ପର ନିରାପତ୍ତା, ସୁଗମ କାର୍ଯ୍ୟ ଏବଂ ସ୍ଥିରତାକୁ ନିଶ୍ଚିତ କରିବା ପାଇଁ ପରଦା ପଛରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି କି? ଯଦି ହଁ, ଦୟାକରି ବର୍ଣ୍ଣନା କରନ୍ତୁ । ଏହି ବର୍ଷ ଆମେ ବର୍ଦ୍ଧିତ ଉପଭୋକ୍ତା ଅଧିକାର ସହିତ ଆବେଦନକାରୀଙ୍କ ବିଷୟରେ ଅଧିକ ବୁଝିବାକୁ ଚାହୁଁଛୁ । ଯଥା ସମ୍ଭବ ଲିଙ୍କ୍ ଯୋଗ କରି ଦୟାକରି ଆପଣଙ୍କର କାର୍ଯ୍ୟର କିଛି ଉଦାହରଣ ପ୍ରଦାନ କରନ୍ତୁ ।

ତୁରନ୍ତ ପ୍ରତ୍ୟାଖ୍ୟାନ ପାଇଁ ମାନଦଣ୍ଡ

ନିମ୍ନଲିଖିତ ବିଫଳ ମାନଦଣ୍ଡର ଯେକୌଣସି ଆପ୍ଲିକେସନ ଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ବିଫଳ ହେବ:

  1. ଆବେଦନକାରୀ ୨୦୨୪ ମସିହାରେ ସ୍କଲାରସିପ୍ ପାଇଥିଲେ କିନ୍ତୁ ଉଇକିମାନିଆରେ ସେମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟ ସମାପ୍ତ କରିନଥିଲେ ।
  2. ଆବେଦନକାରୀ ଯେକୌଣସି WMF ଗ୍ରାଣ୍ଟ ପ୍ରୋଗ୍ରାମରୁ ବର୍ତ୍ତମାନର କିମ୍ବା ଅତୀତର ଅନୁଦାନ ପ୍ରାପ୍ତ ଏବଂ ଉଇକିମିଡ଼ିଆ ଫାଉଣ୍ଡେସନ୍ ସ୍କଲାରସିପ୍ ଟ୍ରାଭେଲ ପଲିସି ପାଇଁ ଅନୁପଯୁକ୍ତ ବୋଲି ଜଣାପଡିଛି ।
  3. ଉଇକିମିଡ଼ିଆ ଫାଉଣ୍ଡେସନ କିମ୍ବା ସମ୍ପ୍ରଦାୟ ଦ୍ୱାରା ଆବେଦନକାରୀ ବର୍ତ୍ତମାନ ବିଶ୍ଵ ସ୍ତରରେ ବ୍ୟାନ / ନିଷିଦ୍ଧ ଅଟନ୍ତି ।
  4. ଆପ୍ଲିକେସନ ଟି ଖାଲି ଅଛି ।
  5. ଆବେଦନ ପତ୍ରରେ ବିଷୟବସ୍ତୁ ଅନ୍ତର୍ଭୁକ୍ତ ଯାହା ଅଫ-ଟପିକ କିମ୍ବା ଅପଶବ୍ଦ ଅଟେ ।
  6. ଆବେଦନକାରୀ ଫର୍ମରେ ଥିବା ପ୍ରଶ୍ନର ଉତ୍ତର ଦେବାକୁ ଏକ ଯୁକ୍ତିଯୁକ୍ତ ପ୍ରୟାସ କରିବାରେ ବିଫଳ ହୋଇଛନ୍ତି ।
  7. ଆବେଦନକାରୀ କୌଣସି ଗୁରୁତ୍ୱପୂର୍ଣ୍ଣ ଉଇକିମିଡ଼ିଆ ଅବଦାନ କିମ୍ବା କାର୍ଯ୍ୟକଳାପ ଯାହା ସ୍କଲାରସିପ୍ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରେ, ତାକୁ ଦେଖାଇବାରେ ବିଫଳ ହୋଇଛନ୍ତି

କୋର ଅର୍ଗାନାଇଜେସନ୍ ଟିମ୍ ଉଇକିମିଡ଼ିଆ ଫାଉଣ୍ଡେସନ୍ ସହିତ ସହଯୋଗ କରୁଛି ଏବଂ କେତେକ କ୍ଷେତ୍ରରେ ପଣ୍ଡିତମାନଙ୍କର ଅନ୍ତିମ ତାଲିକା ନିର୍ଣ୍ଣୟ କରିବା ପାଇଁ ଉଇକିମିଡ଼ିଆ ହବ୍ କିମ୍ବା ସହଯୋଗୀମାନେ ସହଯୋଗ କରୁଛନ୍ତି । ଉଇକିରେ / ଅଫ୍ ଉଇକିରେ ସେମାନଙ୍କର ଆଚରଣ ହେତୁ ଆମେ କିଛି ଲୋକଙ୍କୁ ଅପସାରଣ କରିବାର ଅଧିକାର ସଂରକ୍ଷଣ କରିଛୁ | ଉଦାହରଣଗୁଡିକ ହେଉଛି ୟୁନିଭର୍ସାଲ୍ ଆଚରଣ ସଂହିତା (UCoC) ର ପ୍ରତିବନ୍ଧକ ଅନୁଯାୟୀ, କିମ୍ବା ଅନ୍ୟଥା COT କୁ ନିୟମ ଭଙ୍ଗକାରୀ ଭାବରେ ଜଣାଶୁଣା ଅଛନ୍ତି ।

ଯେଉଁ ପ୍ରୟୋଗଗୁଡ଼ିକ ପାଇଁ କୌଣସି ବିଫଳ ମାନଦଣ୍ଡ ଲାଗୁ ହୁଏ ତାହା ପରବର୍ତ୍ତୀ ମୂଲ୍ୟାଙ୍କନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିବ ।

ବାରମ୍ବାର ପଚରା ଯାଇଥିବା କିଛି ପ୍ରଶ୍ନ ଗୁଡିକ

ଉଇକିମାନିଆ ୨୦୨୫ କେଉଁଠାରେ ହେବ?

ଉଇକିମାନିଆ ୨୦୨୫ ନାଇରୋବି, କେନିଆ ରେ ହେବ ।

କିପରି ଆବେଦନ କରିବେ

ସ୍କଲାରସିପ୍ କେବଳ ପ୍ରଥମ ଥର ପାଇଁ ଉଇକିମାନିଆ ଅଂଶଗ୍ରହଣକାରୀଙ୍କ ପାଇଁ କି?

ଯେଉଁମାନେ ଉଇକିମାନିଆ ଅଭିଜ୍ଞତାରେ ଯୋଗଦାନର ମାନଦଣ୍ଡକୁ ସର୍ବୋତ୍ତମ ପୂରଣ କରନ୍ତି ସେମାନଙ୍କଠାରୁ ଆମେ ପ୍ରୟୋଗକୁ ପ୍ରାଥମିକତା ଦେବୁ । ଇଭେଣ୍ଟ ପରେ ସ୍କଲାରସିପ୍ କିପରି ପାଇଁ ଆବେଦନକାରୀଙ୍କ ଅବଦାନକୁ ଆଗକୁ ବଢାଇବ ତାହା ଉପରେ ଆମେ ଧ୍ୟାନ ଦେବୁ ।

ମୁଁ କୌଣସି ଆଫିଲିଏଟ ସହ ଜଡିତ ନୁହେଁ । ପାଣ୍ଠି ପାଇଁ ମୁଁ କିପରି ଆବେଦନ କରିବି?

ଉଇକିଆଳିମାନେ ସେମାନଙ୍କର ଆଫିଲିଏଟ ସଦସ୍ୟତା ସ୍ଥିତିକୁ ବାଧ୍ୟତାମୂଳକ ନକରି ସ୍କଲାରସିପ୍ ଆବେଦନ କରିବାକୁ ସକ୍ଷମ ଅଟନ୍ତି ।

ମୁଁ ଜଣେ ଉଇକିମିଡ଼ିଆ ଫାଉଣ୍ଡେସନ୍ କର୍ମଚାରୀ । ମୁଁ ଆବେଦନ କରିପାରିବି କି?

  • କର୍ମଚାରୀ ଭାବରେ ନୁହେଁ । କୋର ଆୟୋଜକ ଦଳ ଉଇକିମିଡ଼ିଆ ଫାଉଣ୍ଡେସନ କର୍ମଚାରୀଙ୍କୁ ଫାଉଣ୍ଡେସନ୍ ପ୍ରଦାନ କରେ ନାହିଁ । ଉଇକିମିଡ଼ିଆ ଫାଉଣ୍ଡେସନ କର୍ମଚାରୀ, ଉଇକିମିଡ଼ିଆ ମୁଭମେଣ୍ଟ କମିଟି ଏବଂ ଉଇକିମିଡ଼ିଆ ଫାଉଣ୍ଡେସନ ଟ୍ରଷ୍ଟିଙ୍କ ଉପସ୍ଥିତି ଉଇକିମିଡ଼ିଆ ଫାଉଣ୍ଡେସନ ଦ୍ୱାରା ଅନ୍ତର୍ଭୁକ୍ତ ।
  • ଯଦି ଜଣେ ବେତନ ପ୍ରାପ୍ତ କର୍ମଚାରୀ ସ୍କଲାରସିପ୍ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆମେ ଆଶା କରୁ ଯେ ସେମାନେ ସ୍ପଷ୍ଟ ଭାବରେ ଚିହ୍ନିତ କରିବେ ଯେ ସେମାନଙ୍କର କେଉଁ ସଫଳତା କର୍ମଚାରୀ ଭାବରେ ସମନ୍ୱିତ ହୋଇଥିଲା, ଏବଂ ଯାହା ସ୍ୱେଚ୍ଛାସେବୀ ସମୟରେ କରାଯାଇଥିଲା । ଆବଶ୍ୟକ ସ୍ଥଳେ ଦୟାକରି ଏକ ବ୍ୟାଖ୍ୟା ପ୍ରଦାନ କରନ୍ତୁ ।

ମୁଁ ଜଣେ ସ୍କଲାରସିପ୍ ୱାର୍କିଂ ଗ୍ରୁପ୍ ସଦସ୍ୟ ଅଟେ । ମୁଁ ଆବେଦନ କରିପାରିବି କି?

ହଁ । ସ୍କଲାରସିପ୍ ସମୀକ୍ଷକମାନେ ବୃତ୍ତି ପାଇବାକୁ ଯୋଗ୍ୟ ହେବେ । ଦ୍ୱନ୍ଦ୍ୱକୁ ଏଡାଇବା ପାଇଁ, ସେମାନଙ୍କର ଅନୁପ୍ରୟୋଗଗୁଡିକ କୋର ଅର୍ଗାନାଇଜିଂ ଟିମ୍ ସଦସ୍ୟ ଏବଂ ଅତୀତର ଉଇକିମାନିଆ ସ୍କଲାରସିପ୍ ସମୀକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଦଳ ଦ୍ୱାରା ସମୀକ୍ଷା କରାଯିବ ।

ଯଦି ମୁଁ ବ୍ୟକ୍ତିଗତ ଭାବରେ ଉଇକିମାନିଆରେ ଯୋଗ ଦେଇ ପାରିବି ନାହିଁ, ତେବେ ମୁଁ କିପରି ଅଂଶଗ୍ରହଣ କରିପାରିବି

ପ୍ରାୟତଃ ଯୋଗଦେବା ପାଇଁ ଏକ ବିକଳ୍ପ ରହିବ କାରଣ ଏଥିରେ ହାଇବ୍ରିଡ୍ ଇଭେଣ୍ଟ ହେବାର ସୁବିଧା ରହିବ ।

ଆପଣ ଏକ ୱାଚ୍ ପାର୍ଟି, କାର୍ଯ୍ୟକଳାପ ସହିତ ଏକ ସ୍ଥାନୀୟ ଇଭେଣ୍ଟ ଆୟୋଜନ କରିବାକୁ ବାଛିପାରିବେ, କିମ୍ବା ଉଇକିମାନିଆର କାର୍ଯ୍ୟକ୍ରମରେ ଅଂଶଗ୍ରହଣକୁ ନେଇ ଆପଣଙ୍କ ଇଭେଣ୍ଟ ନିର୍ମାଣ କରିପାରିବେ । ଚଳିତ ବର୍ଷ ଯଦିଓ ଆମେ ଉଇକିମାନିଆ ଅନୁଦାନ ପାଣ୍ଠିରୁ ସହଯୋଗୀମାନଙ୍କ ଦ୍ୱାରା ଆୟୋଜିତ ଉଇକିମାନିଆ ସମ୍ବନ୍ଧୀୟ କାର୍ଯ୍ୟକ୍ରମଗୁଡ଼ିକୁ ପାଣ୍ଠି ଯୋଗାଇବୁ ନାହିଁ, ନିୟମିତ ଅନୁଦାନ ପ୍ରକ୍ରିୟା ମାଧ୍ୟମରେ ବୈଠକ ପାଇଁ ପାଣ୍ଠି ଅନୁରୋଧ କରାଯାଇପାରିବ ।

ଏହି ଅନୁଦାନ ଅର୍ଥର ସୀମା କ’ଣ?

କୌଣସି ଡଲାର ପରିମାଣ କିମ୍ବା ମୂଲ୍ୟ ନାହିଁ । ସମସ୍ତ ଅଞ୍ଚଳରେ ଏକ ସନ୍ତୁଳିତ ଚୟନ ପ୍ରକ୍ରିୟା ହେବ ।

ଏହାର ପ୍ରକ୍ରିୟା କ’ଣ?

ଉଇକିମାନିଆ ୨୦୨୫ ସ୍କଲାରସିପ୍ ଆବେଦନ କେବେ ଖୋଲିବ ଏବଂ ଶେଷ ହେବ?

ଆବେଦନ ପର୍ଯ୍ୟାୟ ନଭେମ୍ବର ୦୭ ରେ ଖୋଲିବ ଏବଂ ୦୮ ଡିସେମ୍ବର ୨୦୨୪ ରେ ବନ୍ଦ ହେବ ।

ସମୟସୀମା ପରେ ମୁଁ ସ୍କଲାରସିପ୍ ପାଇଁ ଆବେଦନ ଦାଖଲ କରିପାରିବି କି?

ନା । ଏହା ନିଶ୍ଚିତ କରିବା ଧାର୍ଯ୍ୟ ଯେ ଚୂଡ଼ାନ୍ତ ନିଷ୍ପତ୍ତି ଫଳାଫଳଗୁଡିକ ଠିକ୍ ସମୟରେ ଏବଂ ସମସ୍ତ ଆବେଦନକାରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଭାବରେ ପ୍ରକାଶିତ ହୁଏ । ଏଥିରେ ଅସୁବିଧାକୁ ଏଡାଇବା ପାଇଁ ଅତିକମରେ କିଛି ଦିନ ପୂର୍ବରୁ ଆବେଦନ ଦାଖଲ କରିବାକୁ ଆମେ ସୁପାରିଶ କରୁ ।

ମୁଁ ଇଂରାଜୀ ବ୍ୟତୀତ ଅନ୍ୟ ଭାଷାରେ ମୋର ଆବେଦନ ଦାଖଲ କରିପାରିବି କି?

  1. ହଁ। ସ୍କଲାରସିପ୍ ୱାର୍କିଂ ଗ୍ରୁପ୍ ସଦସ୍ୟମାନେ ଆବେଦନକୁ ସମୀକ୍ଷା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ।
  2. ଯଦି ସମ୍ଭବ, ଆମେ ଇଂରାଜୀକୁ ପସନ୍ଦ କରୁ । ସମସ୍ତ ସ୍କଲାରସିପ୍ ୱାର୍କିଂ ଗ୍ରୁପ୍ ସଦସ୍ୟଙ୍କୁ ଜଣାଥିବା ଏହା ଏକମାତ୍ର ଭାଷା ।
  3. ଇଭେଣ୍ଟରେ ଯାତ୍ରା ଏବଂ ଭଲ୍ଯୁଣ୍ଟିଅର କାମ ପାଇଁ ଆପଣଙ୍କୁ ଇଂରାଜୀର ଏକ କାର୍ଯ୍ୟର ସ୍ତର ଜ୍ଞାନ ଆବଶ୍ୟକ ହେବ ।

ଦାଖଲ ପରେ ମୁଁ ମୋର ଆବେଦନ ସଂପାଦନ କରିପାରିବି କି?

ନା। ଆପଣଙ୍କର ଆବେଦନକୁ ଯତ୍ନର ସହିତ ଡ୍ରାଫ୍ଟ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣ ଦାଖଲ କରିବା ପୂର୍ବରୁ ଆପଣ ଯାହା ଲେଖିବାକୁ ଆବଶ୍ୟକ କରନ୍ତି ତାହା ଲେଖନ୍ତୁ । ଦୟାକରି ଦୁଇଥର ଏକ ଆବେଦନ ଦାଖଲ କରନ୍ତୁ ନାହିଁ; ସମୀକ୍ଷକମାନଙ୍କ ପାଇଁ ଏହା ଅନେକ ଅତିରିକ୍ତ କାର୍ଯ୍ୟ ସୃଷ୍ଟି କରେ ।

ଉଇକିମାନିଆ ସ୍କଲାରସିପ୍ ପାଇଁ ଦାଖଲ କେବେ ସମୀକ୍ଷା କରାଯିବ?

ସ୍କଲାରସିପ୍ ୱାର୍କିଂ ଗ୍ରୁପ୍ ଦ୍ୱାରା ନିରନ୍ତର ଭିତ୍ତିରେ ଦାଖଲ କରାଯିବ ।

ସ୍କଲାରସିପ୍ କିପରି ସମୀକ୍ଷା କରାଯିବ ଏବଂ ପୁରସ୍କୃତ କରାଯିବ?

LimeSurvey ରେ ଉପଯୁକ୍ତ ଉତ୍ତର ଏବଂ ଲିଙ୍କ୍ ଅନୁଯାୟୀ ଉତ୍ତର ଦେବାକୁ ଆମେ ଆପଣଙ୍କୁ ଉତ୍ସାହିତ କକରୁଛୁ । ଥରେ ସମସ୍ତ ସର୍ବେକ୍ଷଣ ସଫଳତାର ସହିତ ସମାପ୍ତ ହୋଇଗଲେ ଏବଂ ସେଥିପାଇଁ ସମସ୍ତ ତଥ୍ୟ ସଂଗ୍ରହ ହୋଇଗଲା ପରେ ସ୍କଲାରସିପ୍ ୱାର୍କିଂ ଗୋଷ୍ଠୀ ମିଳିତ ଭାବରେ ସ୍ଥିର କରିବେ ଯେ କେଉଁ ଲୋକମାନେ ସ୍କଲାରସିପ୍ ପାଇବେ ।

ମୋର ସ୍କଲାରସିପ୍ ଆବେଦନ ବିଷୟରେ ମୁଁ କେବେ ମତାମତ ଗ୍ରହଣ କରିବି?

ମାର୍ଚ୍ଚ ଆରମ୍ଭରେ ଏହି ସୂଚନାଗୁଡିକ ଦେବା ଆରମ୍ଭ ହେବ । ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ଫଳାଫଳ ବିଷୟରେ ଯଥାଶୀଘ୍ର ସୂଚିତ କରାଯିବ । ଏହା ହୁଏତ ଦୁଇ ସପ୍ତାହ ନେଇପାରେ କାରଣ କିଛି ଲୋକଙ୍କ ପରିସ୍ଥିତି ସେମାନଙ୍କୁ ଗ୍ରହଣ କରିବାକୁ ବାରଣ କରିପାରେ । ଅନ୍ୟ ଆବେଦନକାରୀମାନେ ଯଦି ସେହି ବିକଳ୍ପ ବାଛନ୍ତି ତେବେ ସେମାନଙ୍କ ସହଯୋଗୀମାନଙ୍କୁ ରେଫର୍ କରାଯିବ ।

ସ୍କଲାରସିପ୍ ପାଇଁ ଆବେଦନକାରୀଙ୍କୁ ଫଳାଫଳ ବିଷୟରେ କିପରି ଅବଗତ କରାଯିବ?

ଆବେଦନକାରୀଙ୍କୁ ଜଣାଇବା ପାଇଁ ଆମେ ଆବେଦନ ଉପରେ ପ୍ରଦତ୍ତ ଇ-ମେଲ୍ ଠିକଣା ବ୍ୟବହାର କରିବୁ । ଫଳାଫଳର ସଫଳତାକୁ ମାନଦଣ୍ଡ ନ କରି ସମସ୍ତ ଆବେଦନକାରୀଙ୍କୁ କିଛି ସମୟରେ ଯୋଗାଯୋଗ କରାଯିବ । ଆମେ ଆପଣଙ୍କୁ ଆପଣଙ୍କର ସକ୍ରିୟ ଇମେଲ୍ ଠିକଣା ବ୍ୟବହାର କରିବାକୁ କିମ୍ବା ଆବେଦନ ଫର୍ମରେ ଆପଣଙ୍କର ସକ୍ରିୟ ଉପଯୋଗକର୍ତ୍ତା ନାମ ଖାତା ପ୍ରଦାନ କରିବାକୁ ଉତ୍ସାହିତ କରୁଛୁ ।

ଉଇକିମାନିଆ ଆବେଦନ ପ୍ରକ୍ରିୟା ସମୟରେ ମୁଁ କେଉଁଠାରେ ସମର୍ଥନ / ସହାୟତା ପାଇବି?

କୋର ଆୟୋଜକ ଦଳ ବିଭିନ୍ନ ଅଞ୍ଚଳ ପାଇଁ ମିଟିଙ୍ଗ ଆୟୋଜନ କରିବେ ଏବଂ wikimania-scholarships(_AT_)wikimedia.org ଏବଂ ଉଇକିମାନିଆ ଟେଲିଗ୍ରାମ ଚ୍ୟାନେଲ ରେ ଆସୁଥିବା ପ୍ରଶ୍ନର ଉତ୍ତର ଦେବେ | ସାଧାରଣତଃ, ଏହି ନିମ୍ନରେ ଥିବା ସମର୍ଥନ କଭର୍ କରିବ:

  1. ଦାଖଲ ଉପରେ ପ୍ରଶ୍ନଗୁଡିକ ସ୍ପଷ୍ଟ କରିବା
  2. ଆବେଦନ ଦାଖଲରେ କଣ ରଖିବେ ଓ କଣ ରଖିବେନି
  3. ଆବେଦନ ଦାଖଲ ସମୟରେ ସମସ୍ୟାଗୁଡିକର ତାଲିକା
  4. ଦାଖଲ ପରେ ପରବର୍ତ୍ତୀ ପଦକ୍ଷେପ
  5. ଯଦି ମୁଁ ପାଣ୍ଠି ପାଇବି ନାହିଁ

ଆବଶ୍ୟକୀୟ ଯୋଗ୍ୟତା

ସ୍କଲାରସିପ୍ କେବଳ ପ୍ରଥମ ଥର ପାଇଁ ଉଇକିମାନିଆ ଅଂଶଗ୍ରହଣକାରୀଙ୍କ ପାଇଁ କି?

ଉଇକିମାନିଆ ଅଭିଜ୍ଞତାରେ ଯୋଗଦାନ କରିବାର ମାନଦଣ୍ଡକୁ ସର୍ବୋତ୍ତମ ଭାବରେ ପୂରଣ କରୁଥିବା ବ୍ଯକ୍ତିଙ୍କଠାରୁ ଆମେ ଆବେଦନକୁ ପ୍ରାଥମିକତା ଦେବୁ । କାର୍ଯ୍ୟକ୍ରମ ପରେ ଆବେଦନକାରୀଙ୍କ ଯୋଗଦାନକୁ କିପରି ବୃଦ୍ଧି କରିବ ତାହା ଆମେ ଧ୍ୟାନରେ ରଖିବୁ।

ମୁଁ କୌଣସି ଆଫିଲିଏଟ ସହ ଜଡିତ ନୁହେଁ । ପାଣ୍ଠି ପାଇଁ ମୁଁ କିପରି ଆବେଦନ କରିବି?

ଉଇକିଆଳିମାନେ ସେମାନଙ୍କର ଆଫିଲିଏଟ ସଦସ୍ୟତା ସ୍ଥିତିକୁ ବାଧ୍ୟତାମୂଳକ ନକରି ସ୍କଲାରସିପ୍ ଆବେଦନ କରିବାକୁ ସକ୍ଷମ ଅଟନ୍ତି ।

ଯଦି ମୁଁ ଏକକ ଭାବରେ ଉଇକିମାନିଆରେ ଯୋଗ ଦେଇ ପାରିବି ନାହିଁ, ତେବେ ମୁଁ କିପରି ଅନ୍ୟ କିଛି ଉପାଯରେଅଂଶଗ୍ରହଣ କରିପାରିବି?

ପ୍ରାୟତଃ ଏଥିରେ ଯୋଗଦେବା ପାଇଁ ଏକ ବିକଳ୍ପ ରହିବ କାରଣ ଏଥିରେ ହାଇବ୍ରିଡ୍ ଇଭେଣ୍ଟ ହେବାର ସୁବିଧା ରହିବ । ଆପଣ ଏକ ୱାଚ୍ ପାର୍ଟି, କାର୍ଯ୍ୟକଳାପ ସହିତ ଏକ ସ୍ଥାନୀୟ ଇଭେଣ୍ଟ ଆୟୋଜନ କରିବାକୁ କିମ୍ବା ଉଇକିମାନିଆର କାର୍ଯ୍ୟକ୍ରମରେ ଅଂଶଗ୍ରହଣକୁ ନେଇ ଆପଣଙ୍କର ଇଭେଣ୍ଟ ଗଠନ କରିବାକୁ ବାଛିପାରନ୍ତି । ଏହି ବର୍ଷ ଯଦିଓ ଉଇକିମାନିଆ ଅନୁଦାନ ପାଣ୍ଠିରୁ ସହଯୋଗୀମାନଙ୍କ ଦ୍ଵାରା ଆୟୋଜିତ ଉଇକିମାନିଆ ସମ୍ବନ୍ଧୀୟ ଇଭେଣ୍ଟଗୁଡିକୁ ଆମେ ଅର୍ଥ ପ୍ରଦାନ କରିବୁ ନାହିଁ, ନିୟମିତ ଅନୁଦାନ ପ୍ରକ୍ରିୟା ମାଧ୍ୟମରେ ମିଟଅପ୍ ପାଇଁ ଅର୍ଥ ଅନୁରୋଧ କରାଯାଇପାରିବ ।

ଏହି ଅନୁଦାନ ଅର୍ଥର ସୀମା କ’ଣ?

କୌଣସି ଡଲାର ପରିମାଣ କିମ୍ବା ମୂଲ୍ୟ ନାହିଁ । ସମସ୍ତ ଅଞ୍ଚଳରେ ଏକ ସନ୍ତୁଳିତ ଚୟନ ପ୍ରକ୍ରିୟା ହେବ ।

ମୁଁ ସ୍କଲାରସିପ୍ ପାଇଛି / ଗ୍ରହଣ କରି ନାହିଁ, ଏବଂ ...

ରିପୋର୍ଟ କରିବା ପାଇଁ ଆବଶ୍ୟକତା କ’ଣ?

ରିପୋର୍ଟ କରିବା ପରିବର୍ତ୍ତେ, ଆମେ ସ୍କଲାର ମାନଙ୍କୁ 4-6 ଘଣ୍ଟା ପାଇଁ ଇଭେଣ୍ଟରେ ସ୍ୱେଚ୍ଛାସେବୀ ଭାବରେ କାମ କରି ସପୋର୍ଟ କରିବାକୁ କହୁଛୁ । ଆପଣଙ୍କ ଆବଶ୍ୟକତା, କୌଶଳ ଏବଂ ଅଭିଜ୍ଞତା ଅନୁଯାୟୀ ଏକ ଭୂମିକା ଖୋଜିବାରେ ଆମେ ଆପଣଙ୍କ ସହିତ କାର୍ଯ୍ୟ କରିବୁ । ଆପଣ ଚାହିଁଲେ ଏକ ରିପୋର୍ଟ କିମ୍ବା ଏକ ଡିଫ୍ ପୋଷ୍ଟ ଲେଖିପାରନ୍ତି !!

ମୁଁ ମୋର ସ୍କଲାରସିପ୍ ଅନ୍ୟ କାହାକୁ ଦେଇ ପାରିବି କି?

ନା। ସମାନତା ରକ୍ଷା କରିବାକୁ, ବୃତ୍ତି ଏକ ନିର୍ଦ୍ଦିଷ୍ଟ କ୍ରମରେ ସମୀକ୍ଷା କରାଯାଇଥିଲା । ଯଦି ଜଣେ ପ୍ରାପ୍ତକର୍ତ୍ତା ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ନିଶ୍ଚିତ କରିବେ, ଆମେ ଏହାକୁ ସମୀକ୍ଷା କ୍ରମରେ ପରବର୍ତ୍ତୀ ବ୍ୟକ୍ତିଙ୍କ ନିକଟକୁ ପଠାଇବୁ ।

ଯଦି ମୁଁ ଏହି ବର୍ଷ ପାଇଁ ସ୍କଲାରସିପ୍ ପ୍ରତ୍ୟାଖ୍ୟାନ କରେ, ତେବେ ମୁଁ ଏହାକୁ ଆସନ୍ତା ବର୍ଷର ଉଇକିମାନିଆକୁ ପଠାଇ ପାରିବି କି?

ନା । ପ୍ରତିବର୍ଷ ବର୍ଷ ଉଇକିମାନିଆକୁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରତ୍ୟେକ COT ର ବିଚାରକୁ ନେଇ ବିଭିନ୍ନ ଥିମ୍ ଅଧୀନରେ ରଖାଯାଇଥାଏ । ଆମେ ଆପଣଙ୍କୁ ଆଗାମୀ ବର୍ଷ ପାଇଁ ପୁନର୍ବାର ଆବେଦନ କରିବାକୁ ଉତ୍ସାହିତ କରିବୁ, କିନ୍ତୁ ଆମେ ଆମର ସମୀକ୍ଷା ପ୍ରକ୍ରିୟାରେ ଆପଣଙ୍କର ନିରନ୍ତର ମୂଲ୍ୟବାନ ଅବଦାନ ଉପରେ ବିଚାର କରିବାକୁ ନିଶ୍ଚିତ କରିବୁ ।

ଯଦି ମୁଁ ସ୍କଲାରସିପ୍ ପାଇ ନ ଥା'ନ୍ତି, ତେବେ ମୁଁ ମୋର ଆବେଦନକୁ ପୁନର୍ବାର ସମୀକ୍ଷା କରିବାକୁ ସ୍କଲାରସିପ୍ ଗୋଷ୍ଠୀକୁ କହିପାରିବି କି?

ନା, ଆମର ସମୀକ୍ଷା ପ୍ରକ୍ରିୟାରେ ଅନେକ ଯତ୍ନଶୀଳ ପଦକ୍ଷେପ ଅନ୍ତର୍ଭୁକ୍ତ, ଏବଂ ଦୁଃଖର ବିଷୟ, ଏହା କେବଳ ଥରେ କମ୍ପ୍ଲିଟ ହୋଇପାରିବ ।

ମୁଁ ସ୍କଲାରଶିପ ପାଇଁ ଆବେଦନ କରିଥିଲି କିନ୍ତୁ ପାଇଲି ନାହିଁ । ମୁଁ ବର୍ତ୍ତମାନ କଣ କରିବି?

ଉଇକିମାନିଆରେ ଯୋଗଦେବା ପାଇଁ ଯେପର୍ଯ୍ୟନ୍ତ ଆପଣ ନିଜ ଖର୍ଚ୍ଚ ବହନ କରିପାରିବେ ସେ ପର୍ଯ୍ୟନ୍ତ ଆପଣ ଉପସ୍ଥିତ ରହିବାକୁ ପଞ୍ଜିକରଣ କରିପାରିବେ, ସ୍କଲାରଶିପ ପାଇବା ଜରୁରୀ ନୁହେଁ ।

ଯଦି ତୁମେ ନିଜ କାମରେ ହେଉଥିବା ଖର୍ଚ୍ଚ ବହନ କରିପାରିବ ନାହିଁ, ଆମେ ତୁମ ଅଞ୍ଚଳର ଏକ ଅଫିଲିଏଟ ସହିତ ଯୋଗାଯୋଗ କରିବାକୁ ଦୃଢ ଭାବରେ ଉତ୍ସାହିତ କରୁଛୁ । ସେମାନେ ହୁଏତ ନିଜସ୍ୱ ସ୍କଲାରଶିପ କାର୍ଯ୍ୟକ୍ରମ ଚଳାଉଛନ୍ତି କିମ୍ବା ଏକ ସ୍ଥାନୀୟ ଇଭେଣ୍ଟ ଆୟୋଜନ କରୁଛନ୍ତି!

ଅଧିକ ସୂଚନା ପାଇଁ ମୁଁ କେଉଁଠାରେ ଯୋଗାଯୋଗ କରିବି?

ଆପଣ ଆପଣଙ୍କର ଅନୁସନ୍ଧାନକୁ wikimania-scholarships(_AT_)wikimedia.orgକୁ ପ୍ରଶ୍ନ କରିପାରିବେ ।

ସମ୍ବନ୍ଧୀୟ ଆଫିଲିଏଟ ଇଭେଣ୍ଟଗୁଡିକ ପାଣ୍ଠି

(ବିଗତ ବର୍ଷଗୁଡିକରେ,ଏହାକୁ ସାଟେଲାଇଟ୍ ଇଭେଣ୍ଟ କୁହାଯାଉଥିଲା)

ଉଇକିମିଡ଼ିଆ ଅନୁବନ୍ଧିତ ବ୍ୟକ୍ତିମାନେ ଉଇକିମିଡ଼ିଆ ସମ୍ବନ୍ଧୀୟ ଇଭେଣ୍ଟକୁ ସ୍ଥାନୀୟ ଭାବରେ ଚଳାଇବା ପାଇଁ ଉଇକିମିଡ଼ିଆ ଫାଉଣ୍ଡେସନ General Support Fund|ଜେନେରାଲ ସପୋର୍ଟଫଣ୍ଡ (ସାଧାରଣ ସହାୟତା ପାଣ୍ଠି) (ଜିଏସଏଫ) ମାଧ୍ୟମରେ ପ୍ରାପ୍ତ ପାଣ୍ଠି ବ୍ୟବହାର କରିପାରନ୍ତି, ଯଦିଓ ଏହି ଘଟଣା ପ୍ରଥମେ ସେମାନଙ୍କ GSF ପ୍ରସ୍ତାବରେ ଅନ୍ତର୍ଭୂକ୍ତ ହୋଇନଥିଲା । ଜିଏସ୍ଏଫ୍ ଅନୁଦାନ ପ୍ରାପ୍ତ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଯାୟୀ ସେମାନଙ୍କ ବଜେଟ୍ ହିସାବରେ ପାଣ୍ଠି ଘୁଞ୍ଚାଇବାର କ୍ଷମତା ଅଛି, ଏବଂ ସାଧାରଣ ସହାୟତା ପାଣ୍ଠି ଚୁକ୍ତିନାମା ଅନୁଯାୟୀ, ଫାଉଣ୍ଡେସନ୍ କେବଳ ଅନୁରୋଧ କରେ ଯେ ଯଦି ସେହି ଭିନ୍ନତା ମୂଳ ପ୍ରସ୍ତାବରୁ ୨୦% ରୁ ଅଧିକ ହୁଏ ତେବେ ପ୍ରୋଗ୍ରାମ ଅଫିସର୍ ଙ୍କୁ ସୂଚନା ଦିଆଯିବ ।

ଏକ ଉଇକିମାନିଆ ସମ୍ବନ୍ଧୀୟ ଇଭେଣ୍ଟ ଆୟୋଜନ କରିବାକୁ ଆଗ୍ରହୀ ଥିବା ସମସ୍ତ ଆଫିଲିଏଟ ମାନଙ୍କୁ ଆମେ ଉତ୍ସାହିତ କରୁଛୁ Related affiliate events subpage|ଆଫିଲିଏଟ୍ ଇଭେଣ୍ଟ ସବ୍ ପେଜ୍ ରେ ସେମାନଙ୍କର ଇଭେଣ୍ଟ ବିବରଣୀ ତାଲିକାଭୁକ୍ତ କରିବାକୁ, ଯାହା ଦ୍ଵାରା ଆଫିଲିଏଟ୍ ଗୁଡିକ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିପାରନ୍ତି, ଉଇକିମିଡ଼ିଆମାନଙ୍କ ମଧ୍ୟରେ ସହଯୋଗ ଏବଂ ସଂଯୋଗକୁ ଉତ୍ସାହିତ କରିପାରନ୍ତି ଏବଂ ସେମାନଙ୍କ ଇଭେଣ୍ଟକୁ ଉନ୍ନତ ଭାବରେ ପ୍ରୋତ୍ସାହିତ କରନ୍ତି ।

  • ଉଇକିମାନିଆରେ ଲାଇଭ୍ ଷ୍ଟ୍ରିମ୍ କରିବାକୁ ଚାହୁଁଥିବା ସହଯୋଗୀମାନେ ସେମାନଙ୍କ ଇଭେଣ୍ଟର ସବିଶେଷ ତଥ୍ୟ ପାଇବା ମାତ୍ରେ ପ୍ରୋଗ୍ରାମ ୱାର୍କିଂ ଗ୍ରୁପ୍ ସହିତ wikimania(_AT_)wikimedia.org ରେ ଯୋଗାଯୋଗ କରିବା ଉଚିତ୍ |
  • ଉଇକିମାନିଆରେ ଲାଇଭଷ୍ଟ୍ରିମ କରିବାକୁ ଚାହୁଁଥିବା ଗୃପ ପାଇଁ କୋର ଆୟୋଜକ ଦଳ ଟେକନିକାଲ ସହାୟତା ପ୍ରଦାନ କରିବେ ।
  • ଅଧିକ ଧାରଣା ବିଷୟରେ ଆଲୋଚନା କରିବାକୁ ଦୟାକରି ଆଲୋଚନା ପୃଷ୍ଠା ବ୍ୟବହାର କରନ୍ତୁ ।

ମୋର ଅଧିକ ପ୍ରଶ୍ନ ଅଛି ଏବଂ ସେଗୁଡିକ ଏହି FAQ ରେ ନାହିଁ ।

ଆପଣ ଯେକୋଣସି ସମୟରେ wikimania-scholarships(_AT_)wikimedia.org ରେ କମିଟିରେ ପହଞ୍ଚିପାରିବେ । ଉଇକିମାନିଆରେ ଆଗ୍ରହୀ ସମସ୍ତଙ୍କୁ ଜଡିତ ହେବାକୁ ଏବଂ ପ୍ରଶ୍ନ ପଚାରିବା ପାଇଁ ଆମେ ଓପନ କଲ୍ ଆୟୋଜନ କରିବୁ: ପ୍ରୋଗ୍ରାମିଂ, ଅନୁଦାନ, ଲଜିଷ୍ଟିକ୍ସ, ଉଇକିମାନିଆ ସହିତ କିପରି ଜଡିତ ହେବ, ଏଗୁଡିକ ବିଷୟରେ ଶୀଘ୍ର ସୂଚନା ଦିଆଯିବ ।

ଆଧାର ଗୁଡିକ